ଘରର ସମୃଦ୍ଧି ପାଇଁ ଲଗାନ୍ତୁ ଏହି ବୃକ୍ଷ..

0

ଘର ଅଗଣା ହେଉ କିମ୍ବା ଘର ବାହାରେ ହେଉ ଅନେକ ଗଛ ଆମେ ଲଗାଇଥାଉ। ଘରେ ଗଛ ଲଗାଇବା ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଅନେକ ଉନ୍ନତି ହୋଇଥାଏ। ଏହା ସହ ଘରର ସମୃଦ୍ଧି ମଧ୍ୟ ହୋଇଥାଏ। ଘର ଉପରେ ଥିବା କୁଦୃଷ୍ଟି ଦୂର ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଉଚିତ..
ତୁଳସୀ ଗଛ: ଘରକୁ ଯେକୌଣସି ଅଜଣା ବ୍ୟକ୍ତି ଆସିଲେ ତାଙ୍କ ଦୃଷ୍ଟି ପ୍ରଥମେ ଯେପରି ତୁଳସୀ ଗଛ ଉପରେ ପଡ଼ିବା ଦରକାର। ଘରର ବାମପାଶ୍ୱର୍ରେ ତୁଳସୀ ଗଛ ଲଗାନ୍ତୁ। ଏପରି କଲେ କୌଣସି ଅଶୁଭ ଦୃଷ୍ଟି ସହଜରେ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ।

କଦଳୀ ଗଛ: ଘରର ସୀମା ନିକଟରେ କଦଳୀ ଗଛ ଥିଲେ ଛୁଆମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁ ସୀମା ନିକଟରେ କଦଳୀ ଗଛ ଲଗାନ୍ତୁ ନାହିଁ। ଘରେ କଦଳୀ ଗଛ ରହିବା ଦ୍ୱାରା ପିଲାଙ୍କର ଉନ୍ନତି ହୋଇଥାଏ।
ନାଗଫେଣୀ ଗଛ: ଘରେ କୌଣସି କଣ୍ଟା ଜାତୀୟ ଗଛ ଯେପରି ନାଗଫେଣୀ ଗଛ ଘରେ ଲଗାଇବା ଦ୍ୱାରା ଘରେ ସ୍ତ୍ରୀ ଲୋକଙ୍କ ଦେହ ଖରାପ ରହିଥାଏ। ଏହାକୁ କେବେ ଘରର କୌଣସି ଜାଗାରେ ଲଗାନ୍ତୁ ନାହିଁ।
ବେଦେନା ଗଛ: ବେଦେନା ଗଛ ଲଗାଇଲେ ଋଣରୁ ମୁକ୍ତି ପାଇବା ସହ ଘରେ ସୁଖଶାନ୍ତି ବଜାୟ ରହିଥାଏ।

ଅପରାଜିତା ଗଛ: ନୀଳ ରଙ୍ଗର ଅପରାଜିତାକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇଲେ ଲକ୍ଷ୍ମୀଙ୍କ ସୁଦୃଷ୍ଟି ଘରେ ପଡ଼ିଥାଏ। ଏହି ଗଛ ଘରେ ଲଗାଇଲେ କେବେ ବି ଧନର ଅଭାବ ରୁହେ ନାହିଁ।
ନଡ଼ିଆ ଗଛ: ନଡ଼ିଆ ଗଛ ଲଗାଇବା ଦ୍ୱାରା ଆପଣଙ୍କ ମାନସମ୍ମାନରେ ଉନ୍ନତି ହୋଇଥାଏ।
ହଳଦୀ ଗଛ: ହଳଦୀ ଗଛ ଲଗାଇଲେ ଘରେ କୁଦୃଷ୍ଟି ପଡ଼ି ନ ଥାଏ, ତେଣୁ ଘରେ ହଳଦୀ ଗଛ ନିଶ୍ଚୟ ଲଗାନ୍ତୁ।

ଅରଖ ଗଛ: ଅରଖ ଫୁଲରେ ପ୍ରଭୁ ଶ୍ରୀ ଗଣେଶ ବାସ କରନ୍ତି ବୋଲି କୁୁହାଯାଇଛି। ଏହି ଗଛ ଲଗାଇବା ଦ୍ୱାରା ଘରେ ପିଲାମାନଙ୍କର ବିଦ୍ୟାରେ ବୃଦ୍ଧି ହୋଇଥାଏ।

Leave A Reply