ଯନ୍ତ୍ରଣାରେ ଛଟପଟ ଶିଶୁ; ଚିକିତ୍ସା ପାଇଁ ଅର୍ଥ ବାଧକ

ହାଟଡ଼ିହି : ଏହି ବ୍ଳକ ନନ୍ଦିପଦା ଗ୍ରାମର ପିତା ମଣ୍ଟୁ ଜେନା ଓ ମା ପ୍ରମିଳା ଜେନାଙ୍କ ଦୁଇ ବର୍ଷର ପୁଅ ସଞ୍ଜୟ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ତାର ଭବିଷ୍ୟତକୁ ନେଇ ପରିବାର ଚିନ୍ତାଗ୍ରସ୍ତ। ସଞ୍ଜୟ ଜନ୍ମହେବା ଦିନଠାରୁ ତାର ଧିରେ ଧିରେ ଓଠ ଓହଳିବା ସହିତ ପାଟି ମେଲା ହୋଇ ରହୁଛି। ସବୁବେଳେ ପାଟିରୁ ଲାଳ ବାହାରୁଥିବା ବେଳେ ଗାଲ ଫୁଲି ରହୁଛି। ଏହାକୁ ନେଇ ଠିକରେ ଖାଇ ପାରୁନାହିଁ। ପରିବାରର ଘରଡିହ ଖଣ୍ଡେ ନଥିବା ବେଳେ ପରର ମଜୁରୀ କରି ଗୁଜୁରାଣ ମେଣ୍ଟିଥାଏ। ପୁଅକୁ ଚିକିତ୍ସା କରାଇବା ତାଙ୍କ ପକ୍ଷେ କଷ୍ଟକର। ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା କୌଣସି ଅନୁଷ୍ଠାନ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବାକୁ ଦାବି ହେଉଛି ।

Comments are closed.