ଖନନରୁ ବାହାରିଲା ଖଜାନା; ୧୦୦ ବର୍ଷ ପୁରୁଣା ଚାନ୍ଦି ମୁଦ୍ରା ଉଦ୍ଧାର

0

ଇଟାୱା: ଉତ୍ତରପ୍ରଦେଶର ଇଟାୱା ଜିଲାର ଏକ ଗାଁରୁ ୧୦୦ ବର୍ଷ ପୁରୁଣା ମୁଦ୍ରା ଉଦ୍ଧାର ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟଲୋକ ଏହାକୁ ପ୍ରଶାସନକୁ ହସ୍ଥାନ୍ତର କରିବା ପରିବର୍ତ୍ତେ ଏହାକୁ ଲୁଟି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗୋଶାଳା ନିର୍ମାଣ ପାଇଁ ମାଟି ଖୋଳା ଚାଲିଥିବା ବେଳେ ଏକ ମାଠିଆରୁ ବହୁତ ଗୁଡିଏ ଧଳା ରଙ୍ଗର ମୁଦ୍ରା ଉଦ୍ଧାର ହୋଇଥିଲା। ଜେସିବି ଚାଳକ ଏହି ମୁଦ୍ରାକୁ ଉଦ୍ଧାର କରି ପୁଲିସକୁ ଦେବା ପାଇଁ ନିଜ ପାଖରେ ରଖିଥିଲେ । ହେଲେ ଏହି ଘଟଣା ବିଷୟରେ ଗାଁ ଲୋକଙ୍କୁ ଜଣାପଡିଲା ପରେ ସେମାନେ ଏହାକୁ ଲୁଟି ନେଇଥିଲେ । ପରେ ଗାଁ ସରପଞ୍ଚ ଏନେଇ ସ୍ଥାନୀୟ ପୁଲସକୁ ସୂଚନା ଦେଇଥିଲେ । ପୁଲିସ ଚଢଉ କରି କେତେକ ଯୁବକଙ୍କଠାରୁ ୧୮୭ରୁ ଅଧିକ ମୁଦ୍ରା ଜବତ କରିଛି । ଏହି ମୁଦ୍ରା ୧୦୦ ବର୍ଷ ପୁରୁଣା ବ୍ରିଟିଶ ସମୟର ଚାନ୍ଦି ମୁଦ୍ରା ବୋଲି ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଏହି ମୁଦ୍ରା ଉପରେ ୧୮୮୮ ରାଣୀ ଭିକ୍ଟୋରିୟା ଏବଂ କିଙ୍ଗ ଜାର୍ଞ୍ଚ ଲେଖା ହୋଇଛି ।

pic courtesy aajtak

Leave A Reply