ଏହି ମନ୍ଦିରରେ ଦୂର ହୋଇଥାଏ ଚକ୍ଷୁ ସମସ୍ୟା

0

ଦେବୀଙ୍କ ବହୁ ଶକ୍ତିପୀଠ ମଧ୍ୟରୁ ଗୋଟିଏ ହେଉଛି ମା’ଚଣ୍ଡୀକାଙ୍କ ମନ୍ଦିର। ମାନ୍ୟତା  ରହିଛି ଯେ ,ମା’ ସତୀଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ବହୁ ସ୍ଥାନରେ ପଡ଼ିଥିଲା। ଏହି ସ୍ଥାନରେ ମା’ଙ୍କ ବାମଆଖି ପଡ଼ିଥିଲା । ତେଣୁ ଏଠାରେ ପୂଜା କଲେ ଆଖି ଜନିତ କଷ୍ଟ ସବୁ ଦୂର ହୋଇଥାଏ।
ମା’ଚଣ୍ଡୀକାଙ୍କ ମନ୍ଦିର ବିହାରର ମୁଙ୍ଗେର ଜିଲାର ସଦରମହକୁମା ଠାରୁ ୪ କିଲୋମିଟର ଦୂରରେ ଗଙ୍ଗାର କୂଳରେ ଅବସ୍ଥିତ। ଏହି ମନ୍ଦିରର ପୂର୍ବ ଏବଂ ପଶ୍ଚିମରେ ମଶାଣି ଥିବାରୁ ମା’ଙ୍କୁ ଶ୍ମଶାନ ଚଣ୍ଡୀଙ୍କ ରୂପରେ ପୂଜା କରାଯାଏ।
ଦୃଷ୍ଟି ସମସ୍ୟା ଥିବା ବହୁ ଲୋକ ଏଠାକୁ ଆସି ପୂଜାର୍ଚ୍ଚନା କରିଥାଆନ୍ତି। ଏଠାରେ ଥିବା କଳାକୁ ନେଇ ଯାଆନ୍ତି। ଏହି କଳାକୁ ଲଗାଇବା ଦ୍ୱାରା ଦୃଷ୍ଟି ଜନିତ ବହୁ ଦୁରାରୋଗ୍ୟ ଦୂର ହୋଇଥାଏ।
ଏହି ସ୍ଥାନ ଏକ ପବିତ୍ର ଶକ୍ତିପୀଠ ଅଟେ। ନବରାତ୍ରି ସମୟରେ ଏଠାରେ ମା’ଙ୍କ ପୂଜା ସକାଳ ୩ଟାରେ ଆରମ୍ଭ ହୋଇଥାଏ। ସନ୍ଧ୍ୟାରେ ମା’ଙ୍କ ଶୃଙ୍ଗାର ପୂଜା ହୋଇଥାଏ।
ଏଠାରେ ବହୁ ଭକ୍ତଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥାଏ।
ମା’ଙ୍କ ମନ୍ଦିରର ପରିସରରେ କାଳଭୈରବ, ଭଗବାନ ଶିବଙ୍କ ପରିବାର ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି।
ଗମନାଗମନ ଦୃଷ୍ଟିରୁ ନିକଟତର ରେଳଷ୍ଟେସନ ହେଉଛି ଜାମାଲପୁର ଜଙ୍କସନ। ସେଠାରୁ ଟ୍ୟାକ୍ସି ମାଧ୍ୟମରେ ଏହି ମନ୍ଦିରକୁ ଯାଇହେବ।
ନିକଟତର ବିମାନବନ୍ଦର ହେଉଛି ପାଟନା ବିମାନବନ୍ଦର ।

Leave A Reply