ଭ୍ରମଣ ପାଇଁ ସର୍ବୋକୃଷ୍ଟ ଦାନ୍ଦେଲୀ

0

କର୍ଣ୍ଣାଟକର ଉତ୍ତରରେ ଥିବା ଦାନ୍ଦେଲୀ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଭ୍ରମଣୀୟ ସ୍ଥାନ ଅଟେ। ବୁଲିବା ସହ ଏଠାରେ ବହୁ ମନୋରଞ୍ଜନର ମାଧ୍ୟମ ରହିଛି। ଗୋଆ ଠାରୁ ଦାନ୍ଦେଲୀର ଦୂରତା ୧୨୫ କିଲୋମିଟର। ଏଠାରେ ବହୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଏ।ରୋଫଟିଙ୍ଗ୍‍ (ଛୋଟ ଆକୃତିର ଡ଼ଙ୍ଗାରେ ଲହରୀ ମଧ୍ୟରେ ଯିବା), ନାଇଟ ପାର୍କ, ନେଚର ପାର୍କ, ବୋଟିଙ୍ଗ୍‍, ଭଳି ସ୍ଥାନ ସଭିଁଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଥାଏ। ଏତଦ୍‍ ବ୍ୟତୀତ ବୁଲିବା ପାଇଁ ଆଖପାଖରେ ଗୁମ୍ଫା ଏବଂ ବହୁ ମନ୍ଦିର ମଧ୍ୟ ରହିଛି।
ରୋଫଟିଙ୍ଗ୍‍:
ଧଳାପାଣିରେ ରୋଫଟିଙ୍ଗ୍‍ର ମଜା ନେଇପାରିବେ। ପାଣିର ସ୍ରୋତରେ ଏହି ମଜା କେବଳ ସେହି ସମୟରେ ହିଁ ଅନୁଭବ କରିହେବ। ପାହାଡ଼ରୁ ବହି ଯାଉଥିବା ଝରଣାରେ ରୋଫଟିଙ୍ଗ ଖୁବ ଆନନ୍ଦଦାୟକ।
ପାହାଡ଼ରେ ଭ୍ରମଣ କରି ପ୍ରାକୃତିକ ସୁନ୍ଦରତାକୁ ଅନୁଭବ କରିହେବ।
ଦାଂଦେଲୀରେ ଥିବା ଜଙ୍ଗଲମାନଙ୍କ ନିକଟରେ ମଧ୍ୟ ବୁଲିବା ବେଳେ ମନରେ ଖୁବ ଶାନ୍ତି ଆସିଥାଏ। ଯାନ ସାହାଯ୍ୟରେ ଜଙ୍ଗଲ ଭିତରକୁ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଭିନ୍ନ ଭିନ୍ନ ପ୍ରଜାତିର ପଶୁପକ୍ଷୀ ମଧ୍ୟ ଦେଖିପାରିବେ। ବିଶେଷ କରି ମାଲାବାରର ହରିଣ ଏଠାକାର ମୁଖ୍ୟ ଆକର୍ଷଣ ଅଟେ।
ଏଠାରେ କଳାରଙ୍ଗ ସଦୃଶ ପାଣିରେ ମାଛ ଧରିବାର ମଜା ମଧ୍ୟ ନେଇପାରିବେ।
ଗମନାଗମନ ଦୃଷ୍ଟିରୁ – ହୁବଲୀ ଏଠାକାର ନିକଟତମ ବିମାନବନ୍ଦର ଅଟେ।
ଅଲମ୍ବର ଜଙ୍କସନ୍‍ ଏଠାକାର ନିକଟତମ ରେଳ ଷ୍ଟେସନ ଅଟେ। ଟ୍ୟାକ୍ସିରେ ସେଠାରୁ ଦାନ୍ଦେଲୀ ଯାଇପାରିବେ।

Leave A Reply