ଦାଚୀଗାମ ରାଷ୍ଟ୍ରୀୟ ଉଦ୍ୟାନ

0

ଋତୁ ଅନୁସାରେ ଭ୍ରମଣ କରିବା ଅନେକଙ୍କ ପସନ୍ଦ । ସେପ୍ଟେମ୍ବର ମାସରେ ବୁଲିବା ନିମନ୍ତେ ସବୁଠାରୁ ଉତ୍ତମ ସ୍ଥାନ ହେଉଛି ଦାଚୀଗାମ ରାଷ୍ଟ୍ରୀୟ ଉଦ୍ୟାନ । ଏହା ୧୯୮୧ ମସିହାରେ ସ୍ଥାପନା କରାଯାଇଥିଲା । ଏହା ଜାମ୍ମୁ-କାଶ୍ମୀରର ଅଧିକ ଉଚ୍ଚ ବା କମ ନଥିବା ତାପମାତ୍ରା ବିଶିଷ୍ଟ ସ୍ଥାନରେ ରହିଛି । ଶ୍ରୀନଗର ଠାରୁ ଏହା ୨୨ କିଲୋମିଟର ଦୂରରେ ଅବସ୍ଥିତ ।

ଦାଚିଗାମ ରାଷ୍ଟ୍ରୀୟ ଉଦ୍ୟାନର ସ୍ୱତନ୍ତ୍ରତା

ଏଠାରେ ଥିବା ମୁଖ୍ୟ ବୃକ୍ଷ ଗୁଡ଼ିକ ହେଉଛି ହିମାଲୟୀର ସଦାବହାର , ନମ ପ୍ରଣପାତୀ ଓ ବୁଦା, ଦେବଦାରୁ ଏଭଳି ବିଭିନ୍ନ ପ୍ରକାରର ବୃକ୍ଷ ରହିଛି।
ଏଠାକାର ମୁଖ୍ୟ ଜୀବଜନ୍ତୁ ହେଉଛନ୍ତି ଚିତା ବାଘ, ସ୍ନୋ ପ୍ରଜାତିର ଚିତା ବାଘ, କଳା ଭାଲୁ , ମାଟିଆ ଭାଲୁ, ଜଙ୍ଗଲୀ ବିଲେଇ, କସ୍ତୁରୀ ମୃଗ, ଲାଲି ବିଲୁଆ,ଅନ୍ୟ ବିଭିନ୍ନ ଜାତିର ପଶୁପକ୍ଷୀ, ବିଭିନ୍ନ ପ୍ରଜାତିର ଚଢେଇ ଆଦି ଏହି ଉଦ୍ୟାନର ମୁଖ୍ୟ ଆକର୍ଷଣ ଅଟେ। କାଶ୍ମୀର ହରିଣ ଏଠାରେ ଅଧିକ ପରିମାଣରେ ଦେଖାଯାଏ।
ମୂଷାର ଏକ ଅନ୍ୟ ପ୍ରଜାତି ମଧ୍ୟ ଦେଖାଯାଏ।
ଏଠାରେ ରହିଥିବା ସମସ୍ତ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ।

ଗମନାଗମନ ଦୃଷ୍ଟିରୁ-
ଶ୍ରୀ ନଗର ଏଠାକାର ନିକଟତମ ବିମାନବନ୍ଦର ଅଟେ। ଏଠାରୁ ଦାଚୀଗାମ ରାଷ୍ଟ୍ରୀୟ ଉଦ୍ୟାନ ୨୨ କିଲୋମିଟର ଅଟେ।
ଜମ୍ମୁ ରେଳ ଷ୍ଟେସନରୁ ଏଠାକାର ଦୂରତା ୩୧୦ କି.ମି ଅଟେ।

 

Leave A Reply