ମନକୁ ବିମୋହିତ କରିଥାଏ ଏହି ସ୍ଥାନ

0

ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ବହୁ ଲୋକଙ୍କ ସଉକ ଅଟେ। ବହୁ ସମୟରେ ସମୟ ଓ ଟଙ୍କା ଖର୍ଚ୍ଚର ଚିନ୍ତା ଭ୍ରମଣରେ ବାଧା ସୃଷ୍ଟି କରିଥାଏ। ମାତ୍ର ଏପରି କେତେକ ସ୍ଥାନ ରହିଛି, ଯେଉଁଠାକୁ ଆପଣ କମ ପଇସା ଖର୍ଚ୍ଚ କରି ଭ୍ରମଣ ବେଶ ମଜା ନେଇପାରିବେ। ଯଦି ଆପଣଙ୍କୁ ବନ୍ୟ ଜନ୍ତୁ ଓ ପ୍ରାକୃତିକ ପରିବେଶ ପସନ୍ଦ ତେବେ ଆପଣଙ୍କୁ ଏହି ସ୍ଥାନ ବେଶ ପସନ୍ଦ ଆସିବ।
କାଞ୍ଜିବରମ ରାଷ୍ଟ୍ରୀୟ ଉଦ୍ୟାନରେ ବହୁ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳିଥାଏ। ଏଠାରେ ଖୁବ ବଡ଼ ଶିଙ୍ଗ ଥିବା ମଇଁଷି ଓ ସମ୍ପୂର୍ଣ୍ଣ ବିଶ୍ୱରେ ଅଧିକ ସଂଖ୍ୟାରେ ଗଣ୍ଡା ଦେଖିବାକୁ ମିଳିଥାଏ। ବାଘ ମଧ୍ୟ ଏଠାରେ ଅଧିକ ସଂଖ୍ୟାରେ ରହିଛନ୍ତି। ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳେ। ଏଠାକୁ ଯିବା ପାଇଁ ଉକୃଷ୍ଟ ସମୟ ହେଉଛି ମାର୍ଚ୍ଚ ମାସ। ଏଠାରେ ଖୁବ ସୁନ୍ଦର ସୁନ୍ଦର ପୁଷ୍ପ ମନକୁ ବିମୋହିତ କରିଥାଏ।
ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟି ନିଜର ସୁନ୍ଦରତା ଓ ଶସ୍ୟଶ୍ୟାମଳା ପରିବେଶ ପାଇଁ ସମଗ୍ର ଦେଶରେ ବେଶ ପରିଚିତ। ଏଠାକାର ପାହାଡ଼ ଉପରକୁ ମଧ୍ୟ ବହୁ ଲୋକ ପଦଯାତ୍ରା କରି ଯାଇଥାଆନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିଥାଆନ୍ତି।
କେତେକ ପାହାଡ଼କୁ ବସ କିମ୍ବା କାରରେ ମଧ୍ୟ ଯାଇପାରିବେ। ଏଠାରେ ଥିବା ଯୋଗ ଓ ମେଡ଼ିଟେସନ ସେଣ୍ଟରକୁ ବୁଲିବାକୁ ମଧ୍ୟ ପର୍ଯ୍ୟଟକ ମାନେ ଯାଇଥାଆନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଯାଇଥାଆନ୍ତି। ଏଠାକାର ବାତାବରଣ ହୃଦୟସ୍ପର୍ଶୀ ଅଟେ। ପରିବାର ସହ ଏଠାକୁ ଆସି ଖୁସିରେ ସମୟ ଅତିବାହିତ କରିଥାଆନ୍ତି। ଧର୍ମର ନଗରୀ ବାରାଣାସୀ , ଏଠାରେ ଅସଂଖ୍ୟ ମନ୍ଦିର ଓ ଗଙ୍ଗା ନଦୀର କୂଳ ମନକୁ ଖୁବ ଶାନ୍ତି ପ୍ରଦାନ କରିଥାଏ। ସକାଳ ଓ ସନ୍ଧ୍ୟାରେ ଗଙ୍ଗାଙ୍କ ଆଳତୀର ମଧ୍ୟ ଆନନ୍ଦ ନେଇପାରିବେ। ଖାଦ୍ୟପ୍ରେମୀମାନଙ୍କ ପାଇଁ ଏଠାରେ ବହୁ ଖାଦ୍ୟ ମଧ୍ୟ ମିଳିଥାଏ।

Leave A Reply