ପର୍ଯ୍ୟଟକଙ୍କୁ ବିମୋହିତ କରେ ଏହି ସ୍ଥାନ

0

ବହୁ ଲୋକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ ଆକର୍ଷିତ କରିଥାଏ। ପ୍ରକୃତିର ଏପରି ଏକ ସୁନ୍ଦର ଉଦାହରଣ ହେଉଛି କେନ୍ଦୁଝର ଜିଲାର ସାନଘାଗରା ଜଳପ୍ରପାତ। ସୌନ୍ଦର୍ଯ୍ୟଭରା ଏହି ସ୍ଥାନକୁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଆସିଥାଆନ୍ତି। ସବୁଜ ବନାନୀ ସାଙ୍ଗକୁ ପର୍ବତ ଶିଖର ଏବଂ ଝରଣାର କୁଳୁକୁଳୁ ଶବ୍ଦ ସଭିଁଙ୍କ ମନରେ ରୋମାଞ୍ଚ ଭରିଦିଏ। ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବନାନୀକୁ ରମଣୀୟ କରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରିଥାଏ। ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟକାର ସୁନ୍ଦର ସମାହାରର ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବିମୋହିତ କରେ। ଏହି ସ୍ଥାନରେ ପାଦ ପଡ଼ିଲେ ସଭିଏଁ ନିଜକୁ ପ୍ରକୃତିର କୋଳରେ ହଜାଇ ଦିଅନ୍ତି। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତଟି ଅନବରତ ବହି ଚାଲିଛି। ଶୀତଦିନେ ଏଠାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଥାଏ। ନିଜ ସୁନ୍ଦର ରୂପ ପାଇଁ ଏହି ଜଳପ୍ରପାତଟି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ବହୁ ଉଚ୍ଚରୁ ତଳକୁ ବହୁଥିବା ଜଳର ଦୃଶ୍ୟ ଖୁବ ଆକର୍ଷିତ କରିଥାଏ। ଏଠାରେ ଲୋକେ ବଣଭୋଜିର ମଧ୍ୟ ମଜା ନେଇଥାଆନ୍ତି। ବଣଭୋଜିର ମଜା ସାଙ୍ଗକୁ ଝରଣାରେ ଗାଧୋଇ ପର୍ଯ୍ୟଟକ ବେଶ ଆନନ୍ଦିତ ହୋଇଥାଆନ୍ତି। ଭ୍ରମଣ ପାଇଁ କେନ୍ଦୁଝରରେ ଅନ୍ୟାନ୍ୟ ବହୁ ସ୍ଥାନ ଯେପରି ବଡ଼ ଘାଗରା, ଗୁଣ୍ଡିଚା ଘାଇ ଏହାଛଡ଼ା ଏଠାରେ ଆପଣ ଘଟଗାଁ ଯାଇ ମା’ତାରିଣୀଙ୍କୁ ମଧ୍ୟ ଦର୍ଶନ କରିପାରିବେ।

Leave A Reply