କୋଇଲି ଘୁଘର ଜଳପ୍ରପାତ

0

ଝାରସୁଗୁଡ଼ାର ସବୁଜ ଶ୍ୟାମଳ ଭରା ପ୍ରାକୃତିକ ପରିବେଶରେ କୋଇଲି ଘୁଘର ଜଳପ୍ରପାତ ଅବସ୍ଥିତ। ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ , ଯେଉଁଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏଠାକାର ଚୁଲ୍ଲୀକାଞ୍ଚ ଜଙ୍ଗଲ ଦେଇ ଅହିରାଜ ନଦୀ ପ୍ରବାହିତ ହେଉଛି। ଏଠାରେ ବହୁ ପୁରାତନ କାଳରୁ ଆପଣା ଛାଏଁ ଏକ ଶିବଲିଙ୍ଗର ଉତ୍ପତ୍ତି ହୋଇଛି। ଏଠାକାର ଶାନ୍ତକାନ୍ତ ପରିବେଶ ମଧ୍ୟରେ ଜଳସ୍ରୋତର ଶବ୍ଦ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। ରାଜ୍ୟ ଓ ରାଜ୍ୟ ବାହାରୁ ଏହି ପ୍ରାକୃତିକ ପରିବେଶ ଓ ଶୈବ ପୀଠ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥାଏ। ଝାରସୁଗୁଡ଼ା ଜିଲାର ଲଖନପୁର ଦେଇ ଏହି ଜଳପ୍ରପାତ ପ୍ରବାହିତ ହେଉଛି। ଭ୍ରମଣ ଓ ବଣଭୋଜି ପାଇଁ ଏହି ସ୍ଥାନଟି ଉକୃଷ୍ଟ ଅଟେ। ବିଶେଷ କରି ନଭେମ୍ବର ମାସରୁ ଫେବୃଆରୀ ମଧ୍ୟରେ ଏଠାରେ ପ୍ରବଳ ଭିଡ଼ ହୋଇଥାଏ।

Leave A Reply