ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ : ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମଳପୁର ଛକ ନିକଟରେ ମଙ୍ଗଳବାର ପ୍ରତ୍ୟୁଷରେ ବୌଦ୍ଧ ପଟରୁ ସୁବର୍ଣ୍ଣପୁର ଆଡକୁ ଯାଉଥିବା ଏକ କାର ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ରାସ୍ତାରୁ ଖସିବାପରେ ଦ୍ରୁତ ଗତି ଯୋଗୁଁ ପ୍ରାୟ ୫୦ଫୁଟ ପର୍ଯ୍ୟନ୍ତ ଏକ ବିଲ ଭିତରକୁ ପଶିଯାଇଥିଲେ ମଧ୍ୟ ଓଲଟି ନଥିବାରୁ ଗାଡିରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ତେବେ କାରଟି ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଚାଳକର ଆଖି ଲାଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଗାଡିରେ ଥିବା ଯାତ୍ରୀମାନଙ୍କ କୌଣସି ପରିଚୟ ମିଳିପାରିନାହିଁ।

Comments are closed.