ଫେରାର ଥିବା କିନ୍ନରକୁ ଉଦ୍ଧାର କଲା ବେଗୁନିଆ ପୁଲିସ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ଜଣେ କିନ୍ନର ଫେସବୁକରେ ଚାଟିଂ କରି ୧୧ ତାରିଖରୁ ଘରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ତାଙ୍କ ବାପା ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ।ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥି ଘଟଣାର ଅନୁସନ୍ଧାନ କରି ଆଜି ତାଙ୍କୁ ସାଲିଆସାହିରୁ ଉଦ୍ଧାର କରି ପରିବାର ଜିମା ଦେଇଛନ୍ତି ।

ସମ୍ପୃକ୍ତ ଗ୍ରାମର ୧୮ ବର୍ଷୀୟ ସନ୍ତୋଷ କୁମାର ବେହେରା(ବାପା-ଆଦିକନ୍ଦ ବେହେରା) ଘରୁ ୧୧ ତାରିଖରୁ ପଳାଇଯାଇ ଭୁବନେଶ୍ୱର ସାଲିଆସାହିରେ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହିଥିଲେ । ତାଙ୍କ ବାପା ସନ୍ତୋଷଙ୍କ ନିଖୋଜ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀ ଶତପଥୀ ଅନୁସନ୍ଧାନ କରି ପତ୍ତା ଲଗାଇ ଆଜି ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଆଶୁତୋଷ ପାଇକରାୟଙ୍କୁ ସାଙ୍ଗରେ ନେଇ ସେଠାରୁ ଉଦ୍ଧାର କରି ଆଣି ତାଙ୍କ ପରିବାର ଜିମା ଦେଇଛନ୍ତି ।

Comments are closed.