ବିଚାର ବିଭାଗରେ ବଡ଼ଧରଣର ବଦଳି, ୧୪ ଜିଲା ଜଜ୍‌ଙ୍କ ସହ ବଦଳିଲେ ୮୮ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ

କଟକ: ଓଡ଼ିଶା ବିଚାର ବିଭାଗରେ ଗୁରୁବାର ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିବା ୮୮ ଜଣ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ବଦଳି କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବଦଳି ଆଦେଶ ଜାରି କରାଯାଇଛି। ଦେବୋତ୍ତର କମିଶନର ଭାବେ ଶିଶିର କୁମାର ରଥଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୀ ଜିଲା ଜଜ୍‌ ଭାବେ ଧନେଶ୍ବର ମଲିକ ବଦଳି ହୋଇଥିବା ବେଳେ ହିରନ୍ ମୟ ବିଶୋଇ ସୋନପୁର, ଚିତ୍ତରଞ୍ଜନ ମହାପାତ୍ର କେନ୍ଦୁଝର, ଆନନ୍ଦ ଚନ୍ଦ୍ର ବେହେରା ଗଞ୍ଜାମ, ପ୍ରଦ୍ୟୁମ୍ନ କୁମାର ନାୟକ ଭଦ୍ରକ, ଭଗବାନ ପ୍ରଧାନ ବାଲେଶ୍ୱର, ଶୁଭଦର୍ଶୀ ପଟ୍ଟନାୟକ ସୁନ୍ଦରଗଡ଼, ସଞ୍ଜୀବ ଦୁବେ ନବରଙ୍ଗପୁର, ନିଶିଥ ନିସଙ୍କ ଝାରସୁଗୁଡ଼ା ଜିଲ୍ଲା ଜଜ୍ ହୋଇଛନ୍ତି।

ସେହିପରି ବିଜୟ କୁମାର ପାତ୍ରଙ୍କୁ ଦେଓଗଡ଼, ଦୀପ୍ତି ରଞ୍ଜନ କାନୁନଗୋ କଳାହାଣ୍ଡି, ବିକ୍ରମ କୁମାର ପ୍ରଧାନ ବୌଦ୍ଧ, ଅନୁପ କୁମାର ଚନ୍ଦନ ଜଗତସିଂହପୁର, ସଂଗ୍ରାମ କେଶରୀ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଜଜ ହୋଇଥିବା ଜଣାପଡିଛି। ଏହା ଛଡ଼ା ଦିଲୀପ କୁମାର ମିଶ୍ରଙ୍କୁ ଆଇନ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ କରାଯାଇଛି। ଶ୍ରନିବାସ ପ୍ରତିହାରୀଙ୍କୁ ଦେବଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ପ୍ରଣବ କୁମାର ରାଉତରାୟ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ, ଅରବିନ୍ଦ ପଟ୍ଟନାୟକ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ, ସନ୍ତୋଷ କୁମାର ଜେନା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ, ଦାମୋଦର ରଥ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ, ରାଜଲକ୍ଷ୍ମୀ ପଟ୍ଟନାୟକ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଭାବେ ବଦଳି କରାଯାଇଛି।

ପ୍ରଦୀପ କୁମାର ମହାନ୍ତଙ୍କୁ ନୟାଗଡ଼ ପରିବାର ଅଦାଲତ ଜଜ, ପ୍ରସନ୍ନ କୁମାର କର୍ଣ୍ଣ ଙ୍କୁ ବୌଦ୍ଧ ପରିବାର ଅଦାଲତ ଜଜ, ବେଣୁଧର ପାତ୍ର ବଲାଙ୍ଗୀର ପରିବାର ଅଦାଲତ, ସୌଭଗିନୀ ମଲିକ କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଜଜ ଭାବେ ଅବସ୍ଥାପିତ କରାଯାଇଛି। ପୁରୀ ଜିଲା ଆଇନ ସହାୟତା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ରଙ୍କୁ କେନ୍ଦୁଝର ବରିଷ୍ଠ ସିଭିଲ ଜଜ ଭାବେ ବଦଳି କରାଯାଇଛି। ଏହାଛଡା ଆଉ କିଛି ବିଚାରପତିଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।

Comments are closed.