ଟ୍ରଲର ଓଲଟି ଡ୍ରାଇଭର ଆହତ

0

ବ୍ରହ୍ମପୁର: ଛତ୍ରପୁର କଲେଜ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଟ୍ରଲର ଓଲଟି ପଡିଛି। ରାତି ପ୍ରାୟ୧୨.୪୫ସମୟରେ ଏକ ଟ୍ରଲର ଭୁବନେଶ୍ୱରରୁ ବ୍ରହ୍ମପୁର ଗ୍ରାନାଇଟ ପଥର ନେଇ ଯାଉଥିଲା। ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତା ଉପରେ ଓଲଟି ପଡିଥିଲା। ପରେ ଘଟଣାସ୍ଥଳରୁ ହେଲପର ଫେରାର ହୋଇଯାଇଥବା ଜଣା ପଡିଛି। ଆହତ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply