ବିଦ୍ୟୁତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଚିକିଟି: ଚିକିଟି ବିଦ୍ୟୁତ ଉପଖଣ୍ଡ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କ ପାଇଁ ସୁରକ୍ଷା ସମ୍ପର୍କିତ ଏକ ଦିବସୀୟ ତାଲିମ ଶିବିର ଚିକିଟି ପେଣ୍ଠ ଅନ୍ନପୂର୍ଣ୍ଣା ଭବନରେ ଅନୁଷ୍ଠିତ ହୋଇଯାଇଛି। ଟାଟା ପାୱାର ଦକ୍ଷିଣ ଓଡିଶା ଵିତରକ ଏବଂ ପରିବର୍ତ୍ତନ କନସୁଲଟାନ୍ସ ଉଦ୍ୟମରେ ଆୟୋଜିତ ଏହି ତାଲିମରେ କର୍ମଚାରୀମାନେ ନିଜେ ସୁରକ୍ଷିତ ରହିବା ସହିତ ବୈଦ୍ୟୁତିକ ଉପକରଣକୁ କିପରି ସୁରକ୍ଷିତ ରଖିବେ ତା’ଉପରେ ସୁବ୍ୟବହାରିକ ତାଲିମ ଦିଆଯାଇଥିଲା। ସମ୍ବଳ ତାଲିମ ଦାତା ପରେଶ ପ୍ରସାଦ ମହାପାତ୍ର ଯୋଗଦେଇ ଚିକିଟି, ପାତ୍ରପୁର, ନୂଆପଡା ଓ ସୁରଙ୍ଗୀ ସେକ୍ସେନର ୪୪ଜଣ ଲାଇନ୍ ମେନ ଓ ହେଲ୍ପରଙ୍କୁ ତାଲିମ ଦେଇଥିଲେ। ଏଥିରେ ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଚିତ୍ତ ରଂଜନ ମଲିକ, ସହକାରୀ ଯନ୍ତ୍ରୀ ଦେବଦୁର୍ଲଭ ଦାସ, ଦୀପକ କୁମାର ବଳିଆରସିଂ ଏବଂ ରାଜେଶ କୁମାର ପାଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.