କୃଷିବିଭାଗ ପକ୍ଷରୁ ତାଲିମ ଶିବିର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମରେ ଆଜି ପାଟଣା କୃଷିବିଭଗ ପକ୍ଷରୁ ଫସଲ ପର୍ଯ୍ୟାୟଭିତ୍ତିକ ତାଲିମଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଞ୍ଚଳର ୩୦ଜଣ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିବାକୁ ଶିକ୍ଷା ପ୍ରଦାନ କରାଯାଇଛି। ପାଟଣା ବ୍ଲକ ଅଞ୍ଚଳରେ ଏହିପରି ୪ଟି ତାଲିମ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଗୋଡ଼ିପୋଖରୀ ଗ୍ରାମରେ ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ତୁରୁମୁଙ୍ଗା କୃଷି ଅଧିକାରୀ ବର୍ଷା ବୈଶାଳୀ ଶିବିରାର୍ଥିମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Comments are closed.