କରୋନା ପ୍ରଭାବ ; ରୁଷରେ ଚାଲିଥିବା ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ ବନ୍ଦ

ନୂଆଦିଲ୍ଲୀ ; ରୁଷରେ ଗଗନଯାନ ପାଇଁ ତାଲିମ ନେଉଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଯେଉଁଠାରେ ଏହି ମହାକାଶଚାରୀମାନେ ଅଭ୍ୟାସ କରୁଥିଲେ, କରୋନା ମହାମାରୀ ଯୋଗୁଁ କେନ୍ଦ୍ରକୁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇ ଥିବା ସୋମବାର ସୂଚନା ମିଳିଛି।

ଭାରତର ଗଗନଯାନ ମିଶନ ପାଇଁ ୪ ଜଣ ଭାରତୀୟ ବାୟୁସେନା ପାଇଲଟଙ୍କୁ ମନୋନୀତ କରାଯାଇଥିଲା। ଫେବୃଆରୀରୁ ଏହି ସମସ୍ତ ପାଇଲଟ୍ ମସ୍କୋରେ ୟୁ.ଏ ଗାଗରିନ୍ ରିସର୍ଚ୍ଚ ଏବଂ ଟେଷ୍ଟ କସ୍ମୋନାଟ୍ ସେଣ୍ଟରରେ ଏହି ପ୍ରଶିକ୍ଷଣ ନେଉଥିଲେ।।

ସୂତ୍ରରୁ ପ୍ରକାଶ ଯେ, କରୋନା ମହାମାରୀ ହେତୁ ଗତ ସପ୍ତାହରେ ଅଭ୍ୟାସ କେନ୍ଦ୍ର ବନ୍ଦ କରାଯାଇଥିଲା। ସମସ୍ତ ମହାକାଶଚାରୀ ଭଲ ଅଛନ୍ତି। ସେମାନେ ଏକ ହୋଟେଲରେ ରହିଛନ୍ତି। ଚଳିତ ମାସ ଶେଷରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ମିଳିଛି।

Comments are closed.