ଶିଶୁ ସୁରକ୍ଷା ୟୁନିଟର ତାଲିମ

ସାମିଲ ହେଲେ ଏସ୍‌ଜେପିୟୁ ଓ ପୁଲିସ୍ କର୍ମଚାରୀ

ବଲାଙ୍ଗିର : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ଏସ୍‌ଜେପିୟୁ ମେମ୍ବର ଓ ପୁଲିସ୍ କର୍ମଚାରୀଙ୍କୁ ନେଇ ଏକ ଦିନକିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ଥାନାରୁ ୫୫ ଜଣ ସଦସ୍ୟ ଓ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଏସ୍‌ପି ଦିଲୀପ କୁମାର ପଟେଲ, ଡିଏସ୍‌ପି ଶେଷଦେବ ବରିହା, ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଡିସିପିଓ ଲକ୍ଷ୍ମୀ ସିଂ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ଗୋଦାବରିଶ ରଥ ଓ ନନ୍ଦିକିଶୋର ସାଣ୍ଢ, ସିଡବ୍ଲୁସି ମେମ୍ବର ଓ ପୂର୍ବ ଅଧ୍ୟକ୍ଷ ସିଡବ୍ଲ୍ୟୁସି ସଂଜୟ କୁମାର ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ନିମିତ୍ତ  ପ୍ରଣିତ ଆଇନ ଯଥା – କିଶୋର ନ୍ୟାୟ (ସୁରକ୍ଷା ଓ ଯତ୍ନ) ଆଇନ, ୨୦୧୫, ଯୌନ ବ୍ୟଭିଚାର ଓ ସୁରକ୍ଷା ନିୟମ ୨୦୧୨, ବାଲ୍ୟ ବିବାହ ନିଶେଧ ଆଇନ ୨୦୦୬, ଶିଶୁ ଶ୍ରମ ନିରୋଧ ଆଇନ ୧୯୮୬ ଓ ସମନ୍ୱିତ ଶିଶୁ ସୁରକ୍ଷା ସେବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ପୁଲିସ୍ ବନ୍ଧୁମାନଙ୍କର ଉତ୍ତର ଦାୟିତ୍ୱ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଚୁଡାମଣୀ ପଣ୍ଡା, ପିଓଆଇସି, ସୁଧାଂଶୁ ଶେଖର କୁମ୍ଭାର, ପିଓଏନ୍ଆଇସି, ସାରିକା ପୁରୋହିତ, ଅରୁଣ କୁମାର ଖୂଆସ, ଶେଷଦେବ ମହାକୁର, ବଦ୍ରିନାଥ ଠାକୁର, ନିର୍ମଳ ଶର୍ମା, ପଞ୍ଚାନନ ମିଶ୍ର, ସୁଦାମ ସୁନା, ପରିଚାଳନା ଓ ସହଯୋଗ କରିଥିଲେ।

Comments are closed.