ଭୋଟ ଗଣନା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ତାଲିମ

ଚେନ୍ନଇ :  ୨୦୧୯ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମତ ଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋି ଯାଇଛି ।  ଇଭିଏମ୍‍  ଓ ଭିଭିପାଟ୍‍ରୁ ଭୋଟ୍‍ ଗଣତି କରିବା ନେଇ ବରିଷ୍ଠ ଅଧିକାରୀମାନଙ୍କୁ ବୁଧବାର ଚେନ୍ନଇଠାରେ ତାଲିମ୍‍ ଦିଆଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣି ଅଫିସରମାନଙ୍କ ସମେତ ତାମିଲନାଡୁ, ଗୁଜରାଟ,କେରଳ, ପୁଦୁଚେରୀ ଓ ଲକ୍ଷାଦୀପର ଦେଢ଼ଶହରୁ ଊର୍ଦ୍ଧ୍ବ ଅଧିକାରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ବରିଷ୍ଠ ଉପନିର୍ବାଚନ କମିଶନର ଉମେଶ ସିହ୍ନା, ସନ୍ଦୀପ ସାକ୍‍ସେନା ଏବଂ ନିର୍ବାଚନ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ତାଲିମ୍‍ ଦେଇଥିଲେ। ବର୍ତ୍ତମାନ ଦେଶବ୍ୟାପୀ ଏହିଭଳି ତାଲିମ୍‍ ଦିଆଯିବ।

Comments are closed.