ଡ୍ରାଇଭର ବିନା ୯୨ କିଲୋମିଟର ଚାଲିଲା ରେଳ, ଲାଇନଚ୍ୟୁତ କରି ଅଟକାଗଲା

0

ସିଡ୍‌ନୀ . –  ଅଷ୍ଟ୍ରେଲିଆର ପିଲବାରାରେ  ବିନା ଡ୍ରାଇଭରରେ ଗୋଟିଏ ରେଳ ଗାଡି ୯୨ କିଲୋମିଟର ଚାଲିଛି । ବିଏଚ୍‌ପି ବିଲିଟନ୍‌ ନାମକ ଖଣି ଉତ୍ତୋନକାରୀ କମ୍ପାନୀ  ସୋମବାରରେ  ଲୁହାପଥର ବୋଝେଇ ଏହି ମାଲ ଗାଡିରେ ଡ୍ରାଇଭର ନ ଥିଲେ । ଏଥିରେ ୨୬୮ଟି ଓ୍ୱାଗନ ଲାଗିଥିଲା ।  ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ରେଳଗାଡିଟି ଗତି କରିବାକୁ ଆରମ୍ଭ କରିଥିଲା । ୯୨ କିଲୋମିଟର ବିନା ଡ୍ରାଇଭରରେ ଚାଲିବା ପରେ ଏହାକୁ ଲାଇନ ଚ୍ୟୁତ କରାଯାଇଥିଲା ।

ଅଷ୍ଟ୍ରେଲିଆର ବେସରକାରୀ ରେଳ ସଂସ୍ଥା ମାଉଣ୍ଟ ନିଉମ୍ୟାନ ଏହି ରେଳ ଗାଡିର ତତ୍ୱାବଧାନରେ ରହିଛି । ରେଳଗାଡିଟି ବେସରକାରୀ ରେଳ ଧରଣାରେ ଚାଲିଥିଲା । ୯୨ କିଲୋମିଟର ଯିବା ବେଳେ ଏଥିଲେ କେହି ଆହତ ହୋଇ ନଥିବା ମାଉଣ୍ଟ ନିଉମ୍ୟାନ ରେଳ ଚଳାଚଳ ସୂଚନା ଦେଇଛି । ରେଳଗାଡିକୁ ଲାଇନଚ୍ୟୁତ କରିବା ପରେ ରେଳଧାରଣ ସାମନ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ ସେହି ଧାରଣରେ ରେଳ ଚଳାଚଳ ବନ୍ଦ ରହିଛି ।

Leave A Reply