ଟ୍ରେନଯାତ୍ରା : ୩ ଘଣ୍ଟାରେ ୫୪ ହଜାର ଟିକେଟ ସଂରକ୍ଷିତ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦେଶରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରେ ଅନଲାଇନରେ ଟିକେଟ ବୁକିଂ ହେଉଛି। ଟିକେଟ ବିକ୍ରି ଆରମ୍ଭ ହେବାର ୩ ଘଣ୍ଟାରେ ୫୪ ହଜାରରୁ ଉର୍ଦ୍ଧ୍ବ ଟିକେଟ ସଂରକ୍ଷିତ ହୋଇଥିବା ରେଳ ବିଭାଗ ସୂତ୍ରରୁ ଜଣାପଡିଛି। ପୂର୍ବରୁ ଆଇଆରସିଟିସି ୱେବସାଇଟ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଥିବା ବେଳେ ଟ୍ରାଫିକଜାମ ଯୋଗୁ ଓେବସାଇଟ କାର୍ୟ୍ୟ କରିନଥିଲା। ପରେ ସନ୍ଧ୍ୟା ୬ଟାରୁ ସାଇଟ କାର୍ୟ୍ୟ କରିବାରୁ ବୁକିଂ ହୋଇଥିଲା। ବୁକିଂ ହେବାର ୩ ଘଣ୍ଟା ମଧ୍ୟରେ ୫୪ ହଜାରରୁ ଉର୍ଦ୍ଧ୍ବ ଟିକେଟ ବୁକିଂ ହୋଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.