ଆଦିବାସୀଙ୍କ ଆନ୍ଦୋଳନ ଯୋଗୁଁ ରେଳସେବା ବାଧାପ୍ରାପ୍ତ

0

କଲକାତା : ଆଦିବାସୀ ସଂଗଠନର ଆନ୍ଦୋଳନ ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ (ଏସଇଆର)ର ଖଡଗପୁର ଡିଭିଜନରେ ରେଳସେବା ବାଧାପ୍ରାପ୍ତ ହୋଇଛି। ଏସଇଆର ମୁଖପାତ୍ର ସଞ୍ଜୟ ଘୋଷଙ୍କ କହିବା ଅନୁଯାୟୀ ସୋମବାର ସକାଳ ୬ଟାରୁ ଏହି ରେଳସେବା ବାଧାପ୍ରାପ୍ତ ହୋଇଛି। ଭାରତ ଜାକତ ମାଝି ମାରୱା ନାମକ ଆଦିବାସୀ ସଂଗଠନର ସଦସ୍ୟମାନେ ସେମାନଙ୍କ ଭାଷାକୁ ମାନ୍ୟତା ପ୍ରଦାନ ଦାବିରେ ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି। ସଂଗଠନ ସଦସ୍ୟମାନେ ବାଲିଛକ, ନେକୁସିନି, ଶାଳବଣି, ଚଟନା, ଖମାସୁଲି ଷ୍ଟେସନରେ ରେଳରୋକ କରିଛନ୍ତି। ଏହାଦ୍ୱାରା ଖଡଗପୁର-ହାୱଡା, ଖଡଗପୁର-ଟାଟାନଗର, ଖଡଗପୁର-ଭଦ୍ରକ ଓ ଖଡଗପୁର-ଆନ୍ଧ୍ରା ମଧ୍ୟରେ ବିଭିନ୍ନ ଟ୍ରେନ ଅଟକି ରହିଛି। ପ୍ରମୁଖ ଷ୍ଟେସନଗୁଡିକରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିବା ଏସଇଆର ମୁଖପାତ୍ର କହିଛନ୍ତି।

Leave A Reply