ଅଗଷ୍ଟ ୧୨ ପୂର୍ବରୁ ଦେଶରେ ସ୍ବାଭାବିକ ହେବ ନାହିଁ ରେଳ ସେବା; ଯାତ୍ରୀଙ୍କୁ ରେଳବାଇ ଫେରାଇବ ଟିକେଟ ପଇସା

ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ସ୍ବାଭାବିକ ହେବ ନାହିଁ ରେଳସେବା । କେବଳ ସ୍ବତନ୍ତ୍ର ଟ୍ରେନକୁ ଛାଡ଼ିଦେଲେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ । ଲକ୍ ଡ଼ାଉନ ପୂର୍ବରୁ ଚାଲୁଥିବା ପାସେଞ୍ଜର, ମେଲ ଓ ଏକ୍ସପ୍ରେସ ଟ୍ରେନ୍ ବନ୍ଦ ରହିବ । ଏହାବ୍ୟତୀତ ଏପ୍ରିଲ ୧୪ ପୂର୍ବରୁ ଯେଉଁମାନେ ଟ୍ରେନ୍ ଯାତ୍ରା ନିମନ୍ତେ ଆଗୁଆ ବୁକିଂ କରିଥିଲେ ସେମାନଙ୍କର ଅର୍ଥ ସେମାନଙ୍କୁ ଫେରାଇ ଦିଆଯିବ । ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛି ।

କୋରାନ ଓ ଲକ୍‌ଡାଉନ୍ ଯୋଗୁଁ ଦେଶରେ ସାଧାରଣ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ତେବେ ରାଜ୍ୟମାନଙ୍କ ଆବଶ୍ୟକତା ଅନୁସାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଏହାବ୍ୟତୀତ ଅତି ଜରୁରୀ ଯାତାୟତ ନିମନ୍ତେ ୨୩୦ ସ୍ବତନ୍ତ୍ର ଦୂରଗାମୀ ଟ୍ରେନ ଚଳାଚଳ କରୁଛି ।

ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ୧ ଜୁଲାଇଠାରୁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବୁକିଂକୁ ମଧ୍ୟ ବାତିଲ କରିଛି । ତେଣୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ କୌଣସି ଟ୍ରେନ୍ ଚଳାଚଳ ହେବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

 

Comments are closed.