ଫନି ପରେ ସ୍ୱାଭାବିକ ହେଉଛି ଟ୍ରେନ୍‍ ସେବା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଅନେକ ଟ୍ରେନ ବାତିଲ ଓ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ଅଟକି ରହିବ ଯୋଗୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ପ୍ରଭାବିତ ହୋଇଥିବା ଟ୍ରେନ୍‍ ସେବା ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ବର୍ତ୍ତମାନ କିଛି ରୁଟରେ ଆଂଶିକ ଭାବେ ଟ୍ରେନ୍‍ ଚଳାଚଳ କରୁଛି।

ଭଦ୍ରକ-ବିଜୟନଗରମ୍‍ ରୁଟରେ ଟ୍ରେନ୍‍ ଆଂଶିକ ଭାବେ ଚଳାଚଳ କରୁଥିବାବେଳେ ଭୁବନେଶ୍ୱରରୁ ସୋମବାରଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‍ ସୋମବାର ରାତି ୧୧ଟା ୩୦ ମିନିଟ୍‍ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ୍‍ ସୋମବାର ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା ୪୫ ମିନିଟରେ, ଭୁବନେଶ୍ୱର-ନୂଆଦିଲ୍ଲୀ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍‍ ରାତି ୧୦ଟାରେ ଛାଡ଼ିବ। ସୋମବାର ସନ୍ଧ୍ୟା ୬ଟାରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‍ ବାତିଲ କରାଯାଇଛିି।

Comments are closed.