ଦିବ୍ୟାଙ୍ଗ ବଗିରେ ଯାତ୍ରା ନେଇ ଜୋରିମାନା

ଟିଟିଲାଗଡ଼ : ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁରକ୍ଷା ତଥା ଅଧିକାର ନେଇ ସଚେତନତା ଉଦ୍ଦେଶ୍ୟରେ ଆରପିଏଫ ଏବଂ ସିଆଇବି ପକ୍ଷରୁ  ଗୁରୁବାର ଯଶବନ୍ତପୁର ଏକ୍ସପ୍ରେସ ଦିବ୍ୟାଙ୍ଗ ବଗିରେ ଅଚନାକ ଚଢଉ କରାଯାଇଥିଲା।  ଉକ୍ତ ବଗିରେ ବେଆଇନ ଭାବରେ ଯାତ୍ରା କରୁଥିବା ୧୪ ଜଣ ଯାତ୍ରୀ ଧରାପଡିଥିଲେ। ସେହିପରି ୫ ଜଣ ଯାତ୍ରୀ ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରୁଥିବା ଏବଂ୨ ଜଣ ଗଣ୍ଡଗୋଳ କରୁଥିବା, ବିନା ଟିକେଟରେ ପ୍ଲାଟଫର୍ମରେ ଥିବା ଜଣେ ବ୍ୟକ୍ତିଙ୍କ ସମେତ ମୋଟ ୨୨ ଜଣଙ୍କୁ ଗିରଫ  କରାଯାଇଛି। ସମସ୍ତଙ୍କୁ ଗିରଫ କରାଯାଇ କନ୍ଟାବାଞ୍ଜି ରେଲବାଇ ମାଜିଷ୍ଟ୍ରେଟଙ୍କ ଟିଟିଲାଗଡ କ୍ୟାମ୍ପ କୋର୍ଟରେ ହାଜର କରାଯାଇଥିଲା।  ପରେ ଜୋରିମାନା ଏବଂ ଚେତାବନି ଦେଇ ମାଜିଷ୍ଟ୍ରେଟ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ। ଆରପିଏଫ ପୋଷ୍ଟ କମାଣ୍ଡର ଏମଏସ କୁମାୱତଙ୍କ ନେତୃତ୍ୱରେ ଏଏସଆଇ ଏସ. ପଣ୍ଡା, ଏଚସି ଏସଏସ. ସାହୁ, ଜି.ନାୟକ, ମୁନେଶ ସାହୁ, ଏ. କୁମାର, ସନ୍ଦିପ ଶର୍ମା, କପିଲ ଶର୍ମା, ମନ୍ଦୀପ, କ୍ରାଇମ ଇନ୍ଟିଲିଜେନ୍ସ ବ୍ରାଂଚ ଏଏସଆଇ ପିଏନ. ଭାଟି ପ୍ରମୁଖ ସାମିଲ ଥିଲେ।

 

 

Comments are closed.