ଛତିଶଗଡ଼କୁ ଟ୍ରେନ୍‌ ବନ୍ଦ

ଭୁବନେଶ୍ବର: ଅପ୍ରିଲ୍‌ ୧୦ରୁ ସମସ୍ତ ଛତିଶଗଡ଼କୁ ଯିବାଆସିବା ପାଇଁ ଟ୍ରେନ୍‌ ବନ୍ଦ କରିବା ଲାଗି ରେଲ୍‌ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ସମସ୍ତ ରେଳଯାତ୍ରୀଙ୍କୁ ଓଡ଼ିଶା ମନା କରାଯାଇଛି। ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅପ୍ରିଲ୍ ୩୦ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି । ସୀମା ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ିବ ।

Comments are closed.