୧୨ରୁ ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ଚଳିତମାସ ୧୨ଠାରୁ ଭୁବନେଶ୍ୱରରୁ ଏବଂ ୧୩ରୁ ବେଙ୍ଗାଲୁରୁଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ୦୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଅକ୍ଟୋବର ୧୨ରୁ ପ୍ରତ୍ୟହ ସକାଳ ୫ଘ.୩୦ମି.ରେ ଛାଡି ତା ପରଦିନ ମଧ୍ୟାହ୍ନ ୧୨ଘ.୦୫ମି.ରେ ବେଙ୍ଗାଲୁରୁଠାରେ ପହଞ୍ଚିବ। ଫେରିବା ମାର୍ଗରେ ୦୮୪୬୪ ବେଙ୍ଗାଲୁରୁ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ବେଙ୍ଗାଲୁରୁରୁ ଅକ୍ଟୋବର ୧୩ଠାରୁ ପ୍ରତ୍ୟହ ଅପରାହ୍ଣ ୧ଘ.୪୦ମି.ରେ ଛାଡି ଭୁବନେଶ୍ୱରରେ ତା ପରଦିନ ରାତ୍ର ୯ଘ.୦୫ମି.ରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି -୩ ଟାୟାର, ୧୧ଟି ଦ୍ବିତୀୟ ଶ୍ରେଣୀ ସ୍ଲିପର, ୪ଟି ସାଧାରଣ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ।

Comments are closed.