ପଶ୍ଚିମବଙ୍ଗ ଲକ୍‌ଡାଉନ: ପୂର୍ବତଟ ରେଳପଥ​‌ରେ ଟ୍ରେନ ଚଳାଚଳ ପ୍ରଭାବିତ

ଭୁବନେଶ୍ବର : ଚଳିତମାସ ୨୭ରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ କରାଯାଉଥିବାରୁ ପୂର୍ବତଟ ରେଳପଥ​‌େ​‌ର ଟ୍ରେନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।  ଏଥିପାଇଁ ରେଳପଥ ପକ୍ଷରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଯାୟୀ, ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା-ଭୁବନେଶ୍ୱର ଦୂରନ୍ତା ସ୍ପେସିଆଲକୁ ଚଳିତମାସ ୨୮ ଓ ୩୧ରେ ବାତିଲ କରାଯିବ। ସେହିଭଳି ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର – ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୯ ଅଗଷ୍ଟ ଏବଂ ସେପ୍ଟେମ୍ବର ପହିଲାରେ ବାତିଲ କରାଯିବ। ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା -ଭୁବନେଶ୍ୱର ଜନଶତାବ୍ଦୀ ସ୍ପେସିଆଲକୁ ଚଳିତମାସ ୨୭ରେ ଦିନ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ। ​

 

ସେହିପରି ଆଜି ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନାମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବନାହିଁ।  ଚଳିତମାସ ୨୭ରେ ହାଓଡ଼ାରୁ ଛାଡୁଥିବା ୦୨୭୦୩ ହାଓଡ଼ା -ସିକନ୍ଦରାବାଦ ଫଲକନାମା ସ୍ପେସିଆଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହିଦିନ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଏହାଛଡା କେତେକ ଟ୍ରେନର ରହଣି ପ୍ରତ୍ୟାହାର ମଧ୍ୟ କରାଯାଉଛି। ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଆଜି ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବନାହିଁ। ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୨୭ଅଗଷ୍ଟରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.