ଟ୍ରେନ ସମ୍ମୁଖକୁ ଆସିଗଲେ ବାଇକଆରୋହୀ ; ଅଳ୍ପକେ ବଞ୍ଚିଲା ଜୀବନ

ମୁମ୍ବଇ : ଅଧିକାଂଶ ସମୟରେ ଏପରି ଦେଖାଯାଏ,ଲୋକେ କିଛି ସମୟ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଥାଆନ୍ତି। ମୁମ୍ବଇର ଏଭଳି ହିଁ  ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ଜଣେ ବାଇକଆରୋହୀ କିଛି ସମୟ ମାତ୍ର ବଞ୍ଚାଇବା ପାଇଁ ରେଳ ଧାରଣା ପାର କରୁଛନ୍ତି। ସେହି ସମୟରେ ସେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ ସମ୍ମୁଖକୁୁ ପଳାଇ ଆସୁଛନ୍ତି। ମାତ୍ର ସୌଭାଗ୍ୟବଶତଃ କ୍ଷଣିକ ମଧ୍ୟରେ ତାଙ୍କ ଜୀବନ ବଞ୍ଚି ଯାଉଛି। ତାଙ୍କ ବାଇକଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯିବା ସହ ବାଇକର ଅଂଶ ଅନେକ ଦୂରକୁ ଛିଟିକି ପଡୁଥିବା ଦେଖାଯାଇଛି। ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ଭାଇରାଲ ହେଉଛି। ବାଇକଟିକୁ ଟ୍ରେନ ଧକ୍କା ଦେବାର ଦୃଶ୍ୟ ଦେଖିବା ପରେ ସଭିଁଙ୍କ ଦେହ ଶୀତେଇ ଉଠିବ। ଏହି ଭିଡିଓଟି ଫେବ୍ରୁଆରୀ ୧୨ ତାରିଖର ବୋଲି ଜଣାପଡିଛି। ବାଇକ ଆରୋହୀ ଜଣଙ୍କ ରେଳ ଧାରଣା ପାର୍‍ କରିବାକୁ ଉଦ୍ୟମ କରୁଥିବା ସମୟରେ ଟ୍ରେନଟି ଆସିଯାଇଥିଲା।
ଏହାପୂର୍ବରୁ ମଧ୍ୟ ଆଉ ଜଣେ ଯୁବକ ରେଳ ଧାରଣା ପାର କରୁଥିବା ସମୟରେ ଟ୍ରେନ ଆସିବାରୁ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ। ତାଙ୍କ ବାଇଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।

 

 

Comments are closed.