ଦ୍ରୁତଗତିରେ ଥିଲା ଟ୍ରେନ୍‌, ହୃଦଘାତରେ ଚାଲିଗଲେ ଟ୍ରେନ୍‌ ଡ୍ରାଇଭର୍‌ – ତାପରେ ହେଲା ଏପରି

କାନପୁର – ପ୍ରତାପଗଡ-କାନପୁର ଏକ୍ସପ୍ରେସ୍‌ରେ ହଠାତ୍‌ ଏପରି ଏକ  ଘଟଣା ଘଟିଥିଲା । ଦ୍ରୁତ ଗତିରେ ଟ୍ରାକରେ ଗଡି ଚାଲିଥିଲା ଟ୍ରେନ୍‌ । ପ୍ରତାପଗଡରୁ ବାହାରି ନିଜ ଗନ୍ତବ୍ୟସ୍ଥଳ କାନପୁର ଆଡକୁ ଆଗେଇ ଚାଲିଥିଲା । ଠିକ୍‌ ଏତିକି ବେଳେ ଏହାକୁ ଚଳାଉଥିବା ଡ୍ରାଇଭର୍‌ ବା ଲୋକପାଇଲଟଙ୍କ ହୃଦଘାତ ହୋଇଥିଲା ।

ସେହିଠାରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ମୃତ ଲୋକପାଇଲଟ୍‌ଙ୍କ ନାମ ହରିଶ୍ଚନ୍ଦ୍ର ଶର୍ମା । ତାଙ୍କର ବୟସ ୪୬ ବର୍ଷ । ହରିଶ୍ଚନ୍ଦ୍ରଙ୍କ ସହ ଥିବା ସହ ଲୋକ ପାଇଲଟ୍‌ ତୁରନ୍ତ ଟ୍ରେନ୍‌କୁ ରୋକିଥିଲେ । ହରିଶ୍ଚନ୍ଦ୍ରଙ୍କୁ ଗୌରୀଗଞ୍ଜ ଷ୍ଟେସନ୍‌ ନିକଟରେ ଟ୍ରେନରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ପ୍ରତାପଗଡରୁ ଆଉ ଜଣେ ଲୋକ ପାଇଲଟ୍‌ ଆସିବା ପରେ ସେଠାରୁ ଟ୍ରେନ୍‌ କାନପୁର ପାଇଁ ପ୍ରସ୍ଥାନ କରିଥିଲା । ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Comments are closed.