ରେଳ ଧାରଣାରେ ଚାଲିଗଲା ଦୁଇ ଜୀବନ

0

ଝାରସୁଗୁଡା: ବେଳପାହାଡ଼ ନିକଟ ନୂଆପଡା ରେଳ ଧାରଣାରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଏକ ୫ ବର୍ଷର ଶିଶୁପୁତ୍ର ସହ ଜଣେ ୪୫ ବର୍ଷୀୟ ମହିଳାଙ୍କ ଜୀବନ ଚାଲିଯାଇଛି ।

ଘଟଣାଟି ଏହିପରି, ରେଳ ଧାରଣାରେ ନିକଟରେ ଶିଶୁପୁତ୍ର ଖେଳୁଥିବା ବେଳେ ଚାହୁଁଚାହୁଁ ଶିଶୁଟି ରେଳଧାରଣା ମଧ୍ୟକୁ ପଳାଇଥିଲା। ଫଳରେ ସକାଳ ୮ ଟା ୫୫ ମିନିଟ ରେ ଆସୁଥିବା ହାଓଡ଼ା-ଅହମଦାବାଦ ଏକ୍ସପ୍ରେସ ଟ୍ରେନରେ ଶିଶୁଟି ପିଟି ହୋଇ ମୃତ୍ୟୁ ଘଟିଥିଲା । ଶିଶୁଟିର ଜୀବନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ମହିଳା ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ନୂଆପଡ଼ାର ବେବି ଗୁପ୍ତା ବୋଲି ଜଣାପଡିଛି । ଶିଶୁଟି ନିଜ ପରିବାର ସହ ବ୍ରଜରାଜନଗର ରୁ ଗତ ସଂଧ୍ୟାରେ ବେଳାପାହାଡକୁ ସମ୍ପର୍କୀୟଙ୍କ ଘରକୁ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିଲା। ଘଟଣାସ୍ଥଳରେ ଶୋକକୁଳ ପରିବେଶ ଥିବା ବେଳେ ଜିଆରପି ର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

Leave A Reply