ଟ୍ରେନ ଗାର୍ଡ ହେଲେ ‘ଟ୍ରେନ ମ୍ୟାନେଜର’

ନୂଆଦିଲ୍ଲୀ: ଦେଶରେ ଚଳାଚଳ କରୁଥିବା ଟ୍ରେନଗୁଡିକରେ ନିଯୁକ୍ତ ହେଉଥିବା ଟ୍ରେନ ଗାର୍ଡଙ୍କର ପଦବୀ ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ସେମାନେ ଟ୍ରେନ ମ୍ୟାନେଜର ଭାବରେ ପରିଚିତ ହେବେ । ଭାରତୀୟ ରେଳବାଇ ‘ଗାର୍ଡ’ ପଦବୀକୁ ‘ଟ୍ରେନ ମ୍ୟାନେଜର’ ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି ନେବା ସହିତ ତାହାକୁ ତୁରନ୍ତ କାର୍ଯ୍ୟକାରୀକରିଛି । ଗାର୍ଡମାନେ ସଂପ୍ରତି ଯେଉଁଭଳି କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ସେମାନଙ୍କ ପଦବୀର ନାମ ପରିବର୍ତ୍ତନ କରାଯାଇଥିବା ରେଳବାଇ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି । ଏହାଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ଘଟିବ ବୋଲି କୁହାଯାଇଛି ।

Comments are closed.