ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା; ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ

କାନପୁର: ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ରୁମା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ରାତି ସାଢ଼େ ୧୨ଟାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଓଡ଼ାରୁ ନୂଆଦିଲ୍ଲୀ ଯାଉଥିବା ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇପଡ଼ିବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଉତ୍ତର-କେନ୍ଦ୍ରୀୟ ରେଳପଥର ଜନସମ୍ପର୍କ ଅଧିକାରୀ ଅମିତ ମାଲବିୟଙ୍କ ସୂଚନା ମୁତାବକ, ଲାଇନଚ୍ୟୁତ ହୋଇଥିବା ୧୨ ବଗିରୁ ୪ଟି ଟ୍ରାକ୍‌ରୁ ବାହାରିବା ପରେ ଓଲଟି ପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଜିଲା ମାଜିଷ୍ଟ୍ରେଟ, ଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହା ସହିତ ମେଡିକାଲ ଟିମ୍‌ ପହଞ୍ଚି ସେଠାରେ ଆହତମାନଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ୧୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ ଗୋଟିଏ ଟ୍ରେନକୁ ବାତିଲ କରାଯାଇଛି।

Comments are closed.