ପୁରୀକୁ ଗଡିବନି ଟ୍ରେନ

ଭୁବନେଶ୍ବର : ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେ ନିଷ୍ପତ୍ତି ନେଇଛି। ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହାକୁ ବନ୍ଦ କରାଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ପରୀକୁ ଯାଉଥିବା ବା ଆସୁଥିବା ସମସ୍ତ ଟ୍ରେନ ଭୁବନେଶ୍ବର ଯାଏ ଯିବ। ୧ରୁ ଚାଲିବାକୁଥିବା ପୁରୁଷୋତ୍ତୋମ ଏକ୍ସପ୍ରେସ ଭୁବନେଶ୍ବରରୁ ଯିବ। ସିଆଲଦା – ପୁରୀ ଦୂରନ୍ତ ଏକ୍ସପ୍ରେସ କ୍ଷତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଇଛି। ପୁରୀକୁ ଟ୍ରେନ କଟକଣା ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମ୍ଭାବତଃ ସ୍ନାନଯାତ୍ରା ଦୃଷ୍ଟିରୁ କଟକଣା କରାଯାଇଥିବା ଅନୁମାନ କରାଯାଉଛି ।

Comments are closed.