ଲୋକାଲ ଟ୍ରେନରେ ଅଗ୍ନିକାଣ୍ଡ, ବର୍ତ୍ତିଲେ ଯାତ୍ରୀ

ମୁମ୍ବଇ: ମୁମ୍ବଇର ୱାସି ରେଳ ଷ୍ଟେଶନରେ ବୁଧବାର ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ପନୱଲ ପଟୁ ଆସୁଥିବା ଏକ ଲୋକାଲ ଟ୍ରେନରେ ସକାଳେ ନିଆଁ ଲାଗିଯାଇଥିଲା। ଟ୍ରେନର ପେଣ୍ଟୋଗ୍ରାଫରେ ଅଗ୍ନିକାଣ୍ଡ ଘଟିଥିବାବେଳେ ତାହା ଜଳୁଥିବା ଅବସ୍ଥାରେ ଷ୍ଟେଶନକୁ ଚାଲିଆସିଥିଲା। ଏହାକୁ ନେଇ ସେଠାରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ଷ୍ଟେଶନକୁ ଖାଲି କରାଯାଇଥିଲା। ଟ୍ରେନ ଅଟକିବା ପରେ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିଲା, ଫଳରେ ଯାତ୍ରୀମାନଙ୍କ ଜୀବନ ବର୍ତ୍ତିଯାଇଥିଲା। ଏହା ସହିତ ଷ୍ଟେଶନର ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ପରେ ଟ୍ରେନରୁ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ଏହି ଘଟଣା ପରେ ଉକ୍ତ ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଛି। ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

Comments are closed.