ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସା: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଜାରି ରହିଛି। ବିକ୍ଷୋଭକରୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଛନ୍ତି। ଏହି ହିଂସାକାଣ୍ଡ ପଶ୍ଚିମବଙ୍ଗକୁ ବ୍ୟାପିଛି। ଗତକାଲି ଉଲୁବେରିଆ ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ ଜଳା ପୋଡା କରିଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଯାହା ଫଳରେ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହାୱଡା-ତିରୁପତି ଅନ୍ତୋଦୟ ଏକ୍ସପ୍ରେସ, ହୱାଡା-ଯଶୋବନ୍ତପୁର ଏକ୍ସପ୍ରେସ ବାତିଲ ହୋଇଛି। ଏହା ସହ ଓଡିଶା ମଧ୍ୟ ଦେଇ ଯାତ୍ରା କରୁଥିବା ଟ୍ରେନ୍‌ ମଧ୍ୟ ପ୍ରଭାବିତ ହୋଇଛି।

ଆଜି ହାୱଡାରୁ ବାତିଲ ହୋଇଥିବା ଟ୍ରେନ-

୦୧.      ୨୦୮୮୯ ହାୱଡା-ତିରୁପତି ହମସଫର ଏକ୍ସପ୍ରେସ

୦୨.      ୨୨୮୭୭ ହାୱଡା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୦୩.      ୧୨୮୪୧ ହାୱଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୦୪.      ୧୨୨୪୫ ହାୱଡା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୦୫.      ୧୮୬୪୫ ହାୱଡା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୦୬.      ୧୨୮୪୭ ହାୱଡା-ପୁନେ ଦୁରନ୍ତ ଏକ୍ସପ୍ରେସ

୦୭.      ୧୨୮୬୦ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହୋଇଥିବା ଟ୍ରେନ –

୦୧.      ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀରୁ ବାତିଲ ହୋଇଛି।

୦୨.      ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତାକାଲି ପୁରୀରୁ ବାତିଲ ହେବ।

୦୩.      ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତାକାଲି ପୁରୀରୁ ବାତିଲ ହେବ।

ଆଂଶିକ ବାତିଲ ହୋଇଥିବା ଟ୍ରେନ –

୦୧.      ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାୱଡା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗପୁର ଓ ହାୱଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

୦୨.      ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାୱଡା ପରିବର୍ତ୍ତେ ମେଛେଦଓ ଠାରୁ ଫେରିବ। ଏହା ସହ ମେଛେଦଓ ଏବଂ ହାୱଡା ମଧ୍ୟରେ ଉଭୟ ଦିଗରୁ ଟ୍ରେନ୍ ବାତିଲ ରହିବ।

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୦୧.      ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ ଅଟକି ରହିଛି।

୦୨.      ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ ଅଟକି ରହିଛି।

୦୩.      ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ ଅଟକି ରହିଛି।

୦୪.      ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ କଟକ ଠାରେ ଅଟକି ରହିଛି।

Comments are closed.