ରେଳ ଧାରଣ ଉପରେ ବସି ମଦ୍ୟପାନ ବେଳେ ଚଢିଗଲା ଟ୍ରେନ!

0

ନୂଆଦିଲ୍ଲୀ . – ତିନିଜଣ ବ୍ୟକ୍ତି ରେଳ ଧାରଣା ଉପରେ ବସି ମଦ୍ୟପାନ କରୁଥିବା ସମୟରେ ତାଙ୍କ ଉପରେ ଏକ ଟ୍ରେନ ଚଢିଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ନାନଗ୍ଲୋଇ ଅଞ୍ଚଳରେ ଏହି ଘଟଣା ଘଟିଛି । ନାଲଗ୍ଲୋଇ ରେଳ ଷ୍ଟେସନ ନିକଟରେ ୩ ଜଣ  ରେଳ ଧାରଣ ଉପରେ ବସି ମଦ୍ୟପାନ କରୁଥିଲେ । ଏହି ସମୟରେ ସେହି ଧାରଣାରେ ବିକାନେର୍‌-ଦିଲ୍ଲୀ ଏକ୍ସପ୍ରେସ ଆସିଥିଲା । ମାତ୍ର ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ସେମାନେ ଟ୍ରେନ ଆସିବ ଜାଣି ପାରି ନଥିଲେ  ବୋଲି ଅନୁମାନ କରାଯାଇଛି ।

ଏହି ଖବର ମିଳିବା ପରେ ଘଟଣାସ୍ଥଳରେ ରେଳ ସୁରକ୍ଷା ବଳ ଓ ରେଳ ବିଭାଗର ଅଧିକାରୀମାନେ ପହଞ୍ଚଥିଲେ । ଏମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ ବୋଲି ରେଳ ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି । ମୃତକମାନଙ୍କର ପରିଚୟ ମିଳି ନାହିଁ ।

Leave A Reply