ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ

0

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ନିକଟରେ ଯଖପୁରା – ବାଂଶପାଣି ରେଳପଥରେ ସୋମବାର ସଂନ୍ଧ୍ୟା ୬ଟା ସମୟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଛତିଆ ଗ୍ରାମର ରଙ୍ଗାଧର ନାୟକଙ୍କ ପୁଅ ବାବୁଲା ନାୟକ ବୋଲି ଜଣାପଡିଛି । ବାବୁଲାଙ୍କ ଉପରେ ଏକ ମାଲବାହୀ ଟ୍ରେନ ଚଢିଯାଇଛି । ତେବେ ଏହା ଆତ୍ମହତ୍ୟା କି ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ।

Leave A Reply