ଟ୍ରେନରେ କଟି ଯୁବକ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ପଏଦା ପଞ୍ଚାୟତର ପଦନୀ ଗ୍ରାମର ଜଣେ ଯୁବକର ମଙ୍ଗଳବାର ମଧ୍ୟାହ୍ନରେ ନିମକଣା ରେଲୱ୍ୱେ ଷ୍ଟେସନ୍ ନିକଟରେ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ପଦନୀ ଗ୍ରାମର ବୈଷ୍ଣବ ସ୍ୱାଇଁଙ୍କ ସାନପୁତ୍ର ରଘୁନାଥ ସ୍ୱାଇଁ (୨୩) ମଙ୍ଗଳବାର ଘରୁ ବାହାରକୁ ଯାଉଥିବା ସମୟରେ ମଧ୍ୟାହ୍ନରେ ନିମକଣା ରେଲୱ୍ୱେ ଷ୍ଟେସନ୍ ନିକଟରେ ନିଜର ଅସାବଧାନତା ଯୋଗୁଁ ଏକ ପ୍ୟାସେଞ୍ଜର ଟ୍ରେନ ଯାତାୟତ ସମୟରେ ଟ୍ରେନ ଲାଇନରେ ପଡି ଯାଇଥିଲେ। ଫଳରେ ଟ୍ରେନରେ କଟି ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉପସ୍ଥିତ ହୋଇ ଉକ୍ତ ଯୁବକରପକେଟରେ ଥିବା ଫଟୋ ପରିଚୟପତ୍ରରୁ ଘରର ଠିକଣା ଜାଣିଥିଲେ। ପରେ ରେଲୱ୍ୱେ ପୁଲିସ ସହାୟତାରେ ଉକ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ଖବର ଦିଆ ଯାଇଥିବା ଜଣାପଡ଼ିଛି ।

Comments are closed.