୨ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ ଧକ୍କା ; ୩୦ରୁ ଅଧିକ ମୃତ, ୫୦ ଆହତ

ଇସଲାମାବାଦ : ଆଜି ସକାଳ ସମୟରେ ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ୨ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ସାର ସୟଦ ଏକ୍ସପ୍ରେସ ,ମିଲିଆତ ଏକ୍ସପ୍ରେସ ସହ ଏହି ଦୁର୍ଘଟଣା ଘଟିଛି। ସାର ସୟଦ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ କରାଚିରୁ ସାରଗୋଧା ଯାଉଥିଲା। ଉଭୟ ଟ୍ରେନ ରେଳ ଧାରଣାରେ ପଡିରହିଥିବା ବେଳେ ଖବର ପାଇ ସ୍ଥାନୀୟଲୋକେ ଓ ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଟ୍ରେନ ଦୁର୍ଘଟଣା ଘଟୁଛି ବୋଲି ସୂଚନା ମିଳିଛି।

Comments are closed.