ଟ୍ରେନ ଲାଇନରେ କଟି ମହିଳା ମୃତ

0

କେନ୍ଦୁଝର: କେନ୍ଦୁଝରର ଉକଚାବେଡା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନରେ କଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମହିଳାଙ୍କର ପରିଚୟ ଜଣାପଡି ନଥିବା ବେଳେ ମୃତଦେହ ନିକଟରେ ଏକ ବ୍ୟାଗ ପଡିଥିବାର ଦେଖାଯାଇଛି। ଦୁର୍ଘଟଣାଟି କେତେବେଳେ ଓ କେଉଁ ଟ୍ରେନ ଧକ୍କାରେ ଘଟିଛି ତାହା ଜଣା ପଡିନାହିଁ। ମହିଳା ଜଣକ ଟ୍ରେନ ଲାଇନ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

Leave A Reply