ଶୌଚ କରିବାକୁ ଯାଉଥିବା ଯୁବକ ଟ୍ରେନ ଧକ୍କାରେ ମୃତ

କଣ୍ଟାବାଂଝି: ମୁରିବାହାଲ ରେଲ ସେକ୍ସନର ବଙ୍ଗୋମୁଣ୍ଡା ରେଲ ଧାରଣା କଡରେ ଚାଲି ଚାଲି ଶୌଚ ପାଇଁ ଯାଉଥିବା ବେଳେ ଜଣେ ଯୁବକଙ୍କର ମାଲବାହି ଟ୍ରେନର ଧକ୍କାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଯୁବକ ଜଣକ ସିନେ୍ଧକେଲା ଥାନା ତୁରେକେଲା ଗ୍ରାମର ପରମେଶ୍ୱର ହଂସ (୩୮) ବୋଲି ଜଣାପଡଛି। ଯୁବକ ଜଣକ ପକ୍ଷଘାତ ରୋଗରେ ପିଡିତ ଥିବାରୁ ଚାଲି ପାରି ନ ଥିବାରୁ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ଜିଆରପି ମୃତଦେହ ଜବତ କରିଥିଲା।

ମୃତକ ପାଖରେ ଗାମୁଛା ଓ ମୋବାଇଲ ଫୋନ ପଡିଥିବାରୁ ସେଥିରୁ ଜି.ଆର.ପି. ପୋଲିସ ମୃତକର ଘରକୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ମୃତକ ଘର ଲୋକେ ପହଂଚି ଶବ ଚିହ୍ନଟ କରିଥିଲେ। ମୃତକ ଯୁବକ ଜଣକ ନିଜ ଗାଁ ତୁରେକେଲାରୁ କଂଟାବାଂଜିକୁ ମାର୍କେଟିଂଗ କରିବାକୁ ଆସିଥିବା ପରିବାର ବର୍ଗଙ୍କଠାରୁ ପ୍ରକାଶ।

Comments are closed.