ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

କୋରାପୁଟ: ମାନବାର ଷ୍ଟେସନ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ମାଲ୍‌ବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍ ହୋଇଥିବା ଜଣାପଡ଼ିଛି। ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିଲା ବେଳେ ମାଲ୍‌ବାହୀ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଛି। ଲାଇନ୍‌ଚ୍ୟୁତ୍‌ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed.