ଟ୍ରେନ ଧକ୍କାରେ ରେଲୱେ କନିଷ୍ଠ ଯନ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଳକ ଢେଙ୍କିକୋଟ ପାଣ୍ଡି ଅନ୍ତର୍ଗତ ସୀତାବିଞ୍ଜ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ରେଲୱେ କନିଷ୍ଠ ଯନ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କେନ୍ଦୁଝର ପୁରୁଣାବଜାର ସନ୍ତୋଷ କୁମାର ଦାଶ(୩୫) ବୋଲି ଜଣାପଡିଛି। ରେଳ ଲାଇନ୍ ତଦାରଖ କରୁଥିବାବେଳେ ହଠାତ ଏକ ଟ୍ରେନ ମାଡ଼ିଆସି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Comments are closed.