ଦିଲ୍ଲୀ ଯିବାକୁ ଭିଡ଼: ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ଲାଗିଲା ୫ ଅତିରିକ୍ତ ବଗି

ଭୁବନେଶ୍ବର: ଦିଲ୍ଲୀରୁ ଆଜିଠାରୁ ଆରମ୍ଭ ହେଉଛି ରେଳ ଚଳାଚଳ । ୧୫ଟି ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିିଭିନ୍ନ ରାଜ୍ୟ ଅଭିମୁଖେ ଯାତ୍ରା କରୁଛି । ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ । ଅନ୍ୟପକ୍ଷରେ ଆସନ୍ତାକାଲି ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଦିଲ୍ଲୀ ଯିବ । ଏଥିପାଇଁ ବୁକିଂ ସରିଛି । ମାତ୍ର ବୁକିଂ ସଂଖ୍ୟା ଅଧିକ ହେବା ଯୋଗୁଁ ଭୁବନେଶ୍ବର- ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ୫ଟି ଅତିରିକ୍ତ ବଗି ସଂଯୋଗ କରାଯାଇଛି ।

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନରେ ୫ଟି ନୂତନ ବଗି ସଂଯୋଗ କରାଯାଇଛି । ଏଥିରେ ଗୋଟିଏ ସେକେଣ୍ଡ ଏସି ଓ ୪ଟି ଥାର୍ଡ଼ ଏସି ବଗି ଏଥିରେ ସଂଯୋଗ କରାଯାଇଛି । ଫଳରେ ୧୭ଟି କୋଚ୍ ବଦଳରେ ୨୨ଟି କୋଚ୍ ନେଇ ଏହି ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରାକରିବ ।

Comments are closed.