୧୨ରୁ ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଗଡ଼ିବ ଟ୍ରେନ୍, ଆସନ୍ତା କାଲି ଅପରାହ୍ନରୁ ବୁକିଂ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ପୁଣି ଧାରଣାରେ ଗଡ଼ିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ କରାଯାଇଛି ପ୍ରସ୍ତୁତି । ସୂଚନା ଅନୁସାରେ ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ବର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନଇ, ତିରୁବନନ୍ତପୁରମ୍, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜାମ୍ମୁ-ତୱିକୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ଗୋଏଲଙ୍କ ସୂଚନା ଅନୁସାରେ ୧୧ ତାରିଖ ଅପରାହ୍ନ ୪ଟାରୁ ଆଇଆରସିଟିସି ଜରିଆରେ ଯାତ୍ରୀମାନେ ଟିକେଟ୍ ବୁକିଂ କରି ପାରିବେ ।

Comments are closed.