୧୨ରୁ ଦିଲ୍ଲୀରୁ ଗଡ଼ିବ ୧୫ ଯୋଡ଼ା ଟ୍ରେନ୍; ଆସନ୍ତାକାଲି ଅପରାହ୍ନରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହୋଇପାରେ । ଏ ସମ୍ପର୍କରେ ରେଳ ବିଭାଗର ଉଚ୍ଚ ଅଧିକାରୀ ଓ ସରକାର ବିଚାରବିମର୍ଷ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଓ ୧୨ ତାରିଖରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ।  ଏଥିପାଇଁ ଆସନ୍ତାକାଲି ଅର୍ଥାତ୍ ୧୧ ମେ ଅପରାହ୍ନ ୪ଟାରୁ ଅନଲାଇନ୍ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କେବଳ ଆଇଆରସିଟିସି ୱେବସାଇଟରେ ରେଳ ଟିକେଟ ବୁକିଂ କରାଯାଇ ପାରିବ  ।  ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ୧୫ ଯୋଡ଼ା ଟ୍ରେନ୍ ଚଳାଚଳ ହୋଇପାରେ ଓ ପରବର୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇପାରେ । ତେବେ କେଉଁ କେଉଁ ରାଜ୍ୟକୁ କେତୋଟି ଟ୍ରେନ୍ ଚାଲିବ ତାହା ଆସନ୍ତା କାଲି ଚୂଡ଼ାନ୍ତ ହେବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି ।

 

Comments are closed.