ଓଡ଼ିଶା ଅଭିମୁଖେ କେରଳ ଛାଡ଼ିଲା ସ୍ବତନ୍ତ୍ର ଟ୍ରେନ୍, ଆସୁଛନ୍ତି ୧୨ଶହ ପ୍ରବାସୀ ଓଡ଼ିଆ

ଭୁବନେଶ୍ଵର (ବ୍ୟୁରୋ): ତେଲେଙ୍ଗାନାରୁ ଦାଦନ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଝାଡ଼ଖଣ୍ଡ ଅଭିମୁଖେ ବାହାରି ଆସିବା ପରେ ଆଜି କେରଳରୁ ଓଡ଼ିଶା ଆସିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ । ଏଥିରେ ୧,୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ରହିବେ ବୋଲି ଜଣା ପଡ଼ିଛି । ସେମାନଙ୍କୁ ନେଇ ଆଜି ରାତିରେ କେରଳ ଛାଡ଼ିଛି ।  ଏହି ଟ୍ରେନ୍‌ କେରଳର ଆଲୁଭା ବା ଅଙ୍ଗାମଲୀ ଷ୍ଟେସନରୁ ବାହାରିଛି  । ଏଥିରେ ଆସିବାକୁ ଥିବା ଶ୍ରମିକମାନଙ୍କ ସୂଚୀ ପ୍ରସ୍ତୁତ କରିଛି କେରଳ ପ୍ରଶାସନ । କେରଳରୁ ଆହୁରି ପାଞ୍ଚଟି ସ୍ବତନ୍ତ୍ର ଟ୍ରେନକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ଯଦିଓ ଓଡ଼ିଶା ଆସୁଥିବା ଏହି ଟ୍ରେନ୍‌ ଭୁବନେଶ୍ୱର ଆସି ଅଟକିବ ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି, ତେବେ ରାଜ୍ୟର ଅଧିକାରୀମାନେ ଏ ନେଇ ଅଧିକ ସୂଚନା ଦେଇନାହାନ୍ତି । ଏହି ୧,୨୦୦ ଶ୍ରମିକମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ ଓ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯିବ, ହେଲେ ସେମାନଙ୍କୁ ଭୁବନେଶ୍ୱରରେ ବା ଆଉ କେଉଁଠି କ୍ୱାରାଣ୍ଟାଇନରେ ରଖାଯିବ ସେ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments are closed.