ପରୀକ୍ଷାର୍ଥୀଙ୍କ ପାଇଁ ୨ଟି ସ୍ବତନ୍ତ୍ର ଟ୍ରେନ

ପ୍ରଥମ ଟ୍ରେନ ରାତି ୮ଟା, ଦ୍ବିତୀୟ ଟ୍ରେନ ରାତି ୧୧ଟା

ଭୁବନେଶ୍ବର : ସେନା ନିଯୁକ୍ତି ରାଲିକୁ ଆସିଥିବା ଓଡ଼ିଶା ପିଲାଙ୍କ ପାଇଁ ପୂର୍ବତଟ ରେଲଓ୍ବେ ପକ୍ଷରୁ ବୁଧବାର ୨ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ କୋରାପୁଟ  ଏବଂ  ଅନ୍ୟଟି ପୁରୀରୁ ସମ୍ବଲପୁରକୁ ଯିବ । କୋରାପୁଟଗାମୀ ପ୍ରଥମ ଟ୍ରେନଟି ଆଜି ରାତି ୮ଟାରେ ଭୁବନେଶ୍ବର ଛାଡ଼ିବ । ଏହା ବ୍ରହ୍ମପୁର, ବିଜୟନଗର, ରାୟଗଡ଼ା ଦେଇ କୋରାପୁଟକୁ ଯିବ । ସେହିପରି ସମ୍ବଲପୁରଗାମୀ ଦ୍ବିତୀୟ ଟ୍ରେନଟି ଆଜି ରାତି ୧୧ଟାରେ ପୁରୀ ଛାଡ଼ିବ । ଏହା ଭୁବନେଶ୍ବର ଢେଙ୍କାନାଳ ଦେଇ ସମ୍ବଲପୁର ଯିବ । ଖୋର୍ଦ୍ଦାରୋଡ଼- ଖଡ଼ଗପୁର ପାସେଞ୍ଜେର ଆଜି ସନ୍ଧ୍ୟା ସାଢେ ୭ଟାରେ ଛାଡ଼ିବ ବୋଲି ଜଣାପଡ଼ିଛି ।  ଏହି ୨ଟି ସ୍ବତନ୍ତ୍ର ଓ ପାସେଞ୍ଜେର ଟ୍ରେନରେ କେବଳ ଜେନାରାଲ ବଗି ରହିବ ସୂଚନା ମିଳିଛି ।

 

Comments are closed.