ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ : କୋରାପୁଟ ଜୟପୁର-ଛତ୍ରିପୁଟ ମଧ୍ୟରେ ସୋମବାର ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି। ଫଳରେ ଏହି ରୁଟର ହିରାଖଣ୍ଡ ଓ ରାଉରକେଲା-କୋରାପୁଟ ଦୁଇଟି ଏକ୍ସପ୍ରେସ ଅଟକି ରହିଛି। ଏହି କାରଣରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନାଯୋଗ୍ୟ, ଏକ ମାଲବାହୀ ଟ୍ରେନ ଜଗଦଲପୁରରୁ ବିଶାଖାପାଟଣା ଯାଉଥିବା ସମୟରେ ଜୟପୁର-ଛତ୍ରିପୁର ମଧ୍ୟରେ ଟ୍ରେନର ଏକ ବଗି ଲାଇନ ଚ୍ୟୁତ ହୋଇଥିଲା।

Comments
Loading...