ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ

ରାଉରକେଲା : ରାଉରକେଲା ଜିଲାର ମାଲଗୋଦାମ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନଟି ସିମେଣ୍ଟ ନେଇ ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିଲା। ସେହି ସମୟରେ ଦୁଇଟି ବଗି ଟ୍ରାକ ଉପରେ ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ବଗି ଗୁଡିକୁ ଯୋଡି ଥିଲେ। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ମାଲବାହୀ ଟ୍ରେନରୁ ବଗି କେଉଁ କାରଣରୁ ଲାଇନଚ୍ୟୁତ ହୋଇଛି ତାହା ଜଣାପଡି ନାହିଁ। ଏଥିରେ କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।

Comments are closed.